Report Card Odisha

| Daily Odia News

ଲାଞ୍ଚ ନେଇ ଇଡି ଅଧିକାରୀ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ରଫାଦଫା କରିବା ପାଇଁ ବିଭିନ୍ନ ସମୟରେ ଲାଞ୍ଚ ନେଉଥିବା ସୂଚନା ମିଳିଛି। ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ ଇଡି ଅଧିକାରୀ ଅଙ୍କିତ ତିୱାରୀଙ୍କୁ ତାମିଲନାଡୁ ଦୁର୍ନୀତି ନିବାରଣ ଶାଖା ଗିରଫ କରିଛି। ଆସନ୍ତା ୧୫ ପର୍ଯ୍ୟନ୍ତ ସମ୍ପୃକ୍ତ ଇଡି ଅଧିକାରୀଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଅଙ୍କିତ ଅନେକ ସରକାରୀ ଅଧିକାରୀଙ୍କୁ ଧମକଚମକ ଦେଇ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଛି। ଗତ ଅକ୍ଟୋବର ୩୦ରେ ଅଙ୍କିତ ମଦୁରାଇର ଜଣେ ସରକାରୀ କର୍ମଚାରୀଙ୍କୁ ପଚରାଉଚରା ପାଇଁ ନିଜ କାର୍ଯ୍ୟାଳୟକୁ ଡାକି ୩ କୋଟି ଟଙ୍କା ଲାଞ୍ଚ ମାଗିଥିଲା। ସେହି ସରକାରୀ ଅଧିକାରୀଙ୍କ ବିରୋଧରେ ଏକ ମାମଲା ତଦନ୍ତ ଚାଲିଥିବା ବେଳେ ୩ କୋଟି ଟଙ୍କା ଦେଲେ ମାମଲା ବନ୍ଦ ହେବ ବୋଲି ଅଙ୍କିତ କହିଥିଲେ। ତେବେ ଏଥିରେ ସନ୍ଦେହ କରି ସଂପୃକ୍ତ ସରକାରୀ କର୍ମଚାରୀ ଜଣକ ଦୁର୍ନୀତି ନିବାରଣ ଶାଖାରେ ଅଭିଯୋଗ କରିଥିଲେ।

Breaking News