Report Card Odisha

| Daily Odia News

ଶାହାଜାହାନ ଶେଖଙ୍କ ଘରେ ଇଡି ଚଢାଉ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗର ରାସନ ଘୋଟାଲା ମାମଲାରେ ବୁଧବାର ସକାଳେ ପଳାତକ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢାଉ କରିଛି ଇଡି ଟିମ୍‍ । ସୂଚନା ଅନୁସାରେ ଇଡିର ଟିମ ଶାହାଜାହାନଙ୍କ ପରଗାନାର ସାଣ୍ଡେଶଖାଲିରେ ଥିବା ଘରେ ତାଲା ଭାଙ୍ଗି ପ୍ରବେଶ କରିଛନ୍ତି । ଇଡି ଟିମ ସହିତ ସେଣ୍ଟ୍ରାଲ ଫୋର୍ସ ଦଳ ମଧ୍ୟ ଉପସ୍ଥିତ ଅଛନ୍ତି । ଶାହାଜାହାନଙ୍କ ଘର ରାସ୍ତାରେ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି । ଇଡି ଦଳ ସହିତ ପ୍ରାୟ ୧୦୦ଜଣ ପୋଲିସ କର୍ମଚାରୀ ବାସଭବନକୁ ଘେରି ରହିଛନ୍ତି । ରାସନ ସ୍କାମ ମାମଲାରେ ପୂର୍ବରୁ ମଧ୍ୟ ଇଡ଼ି ଟିମ ଶାହାଜାହାନଙ୍କ ଘରେ ଚଢାଉ କରିଥିଲେ। ଯେଉଁଠାରେ ଟିଏମସି ନେତାଙ୍କ ସମର୍ଥକମାନେ ଇଡ଼ି ଦଳ ଉପରେ ଆକ୍ରମଣ କରିଥିଲେ । ଇଡ଼ି ଟିମ ଶାହାଜାହାନଙ୍କ ଘରେ ପହଂଚିବା ପରେ ସ୍ଥାନୀୟ ପୋଲିସ ମଧ୍ୟ ସେମାନଙ୍କୁ ଧମକ ଦେଇ ଇଡ଼ି ଦଳକୁ ସର୍ଚ୍ଚ ୱାରେଣ୍ଟ ମାଗିଥିଲା । ଯାହାକୁ ଇଡ଼ି ପ୍ରତ୍ୟାଖ୍ୟାନ କରିଛି । ଚଢାଉ ବେଳେ ଦୁଇ ଜଣ ସାକ୍ଷୀ ରହିବେ, ଯେଉଁମାନେ କି ପୁଲିସ ଅଧିକାରୀଙ୍କ ମଧ୍ୟରୁ ହୋଇଥିବେ ବୋଲି ଇଡି ପକ୍ଷରୁ କୁହାଯାଇଛି । ଶାହାଜାହାନଙ୍କ ବାସଭବନରେ ପହଂଚିବା ପୂର୍ବରୁ ଇଡ଼ି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲା ।

Breaking News