ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁ ଚର୍ଚ୍ଚିତ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ କୁ ପ୍ରବର୍ତ୍ତନ ନର୍ଦେଶାଳୟ ଗିରଫ କରିଛି। ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଆଜି ଇଡି ଅର୍ଚ୍ଚନାଙ୍କୁ ଗିରଫ କରିଛି। ୭ ଦିନର ରିମାଣ୍ଡ ଅବଧି ଶେଷ ପରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଇଡି ଗିରଫ କରିଥିଲା। ଇଡି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୁଣି ଥରେ ରିମାଣ୍ଡରେ ନେବାକୁ ଚାହୁଁଛି। ଏଥିପାଇଁ ଜଗବନ୍ଧୁଙ୍କୁ ୧୫ ଦିନ ଓ ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଛି।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..