ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଅମିତ ଅରୋରାଙ୍କୁ ଗିରଫ କରିଛି। ଅମିତ ହେଉଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ | ଗୁରୁଗ୍ରାମସ୍ଥିତ ‘ବଡ୍ଡୀ ରିଟେଲ୍’ର ନିର୍ଦେଶକ । ଏହାଙ୍କୁ ମିଶାଇ ଦିଲ୍ଲୀ ମଦ ନୀତି ସହିତ ସମ୍ପୃକ୍ତ ଥିବା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏଯାବତ୍ ୫ଜଣଙ୍କୁ ଗିରଫ କରିସାରିଲାଣି। ଜେରା ପରେ ସେପ୍ଟେମ୍ବର ୨୭ ତାରିଖ ଦିନ ମଦ ବ୍ୟବସାୟୀ ସୀମର ମାହାନ୍ଦ୍ରୁଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଏହି ମାମଲାରେ ଆର୍ଥିକ ତଦନ୍ତକାରୀ ସଂସ୍ଥାନ ‘ପ୍ରବର୍ତ୍ତନନିର୍ଦ୍ଦେଶାଳୟ’ଏପର୍ଯ୍ୟନ୍ତ ୧୬୯ଟି ତଲାସ ଅଭିଯାନ କରିସାରିଲାଣି। ଦିଲ୍ଲୀର ଉପରାଜ୍ୟପାଳଙ୍କ ସୁପାରିସକ୍ରମେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ବ ‘ସିବିଆଇ’କୁ ହସ୍ତାନ୍ତର କରାଯାଇଥିଲା। ଆର୍ଥିକ ଦୁର୍ନୀତି ହୋଇଥିବାରୁ ‘ସିବିଆଇ’ ନିର୍ଦ୍ଧେଶକ୍ରମେ ପ୍ରବର୍ତ୍ତନ ନିର୍ଦେଶାଳୟ ଉପରୋକ୍ତ ମାମଲାରେ ଚଢ଼ଉ ଅଭିଯାନ ଓ ଗିରଫଦାରି ଜାରି ରଖିଛି। ପୂର୍ବରୁ ‘ସିବିଆଇ’ ଅଭିଯୋଗ କରିଥିଲା ଯେ, ଅମିତ ଅରୋରା, ଦିନଶେ ଅରୋରା ଏବଂ ଅର୍ଜୁନ ପାଣ୍ଡେ ହେଉଛନ୍ତି ସିସୋଦିଆଙ୍କର ଘନିଷ୍ଠ ସହଯୋଗୀ। ଅଭିଯୁକ୍ତ ସରକାରୀ ଅଧିକାରୀଙ୍କ ପାଇଁ ସେମାନେ ମଦ ଲାଇସେନ୍ସ୍ରୁ ପ୍ରାପ୍ତ ଲାଞ୍ଚ ଅର୍ଥରାଶି ପରିଚାଳନା କରୁଥିଲେ। ଉଲ୍ଲେଖ ଯୋଗ୍ୟ- ‘ସିବିଆଇ’ର ‘ଏଫ୍ଆଇଆର୍’ରେ ନାମ ଥିଲେ ବି ତଦନ୍ତର ୬୦ ଦିନ ମଧ୍ୟର ଦାଖଲ କରାଯାଇଥିବା ‘ସିବିଆଇ’ ଚାର୍ଜସିଟ୍ରେ ମନ୍ତ୍ରୀ ସିସୋଦିଆଙ୍କର ନାଁ ନଥିବା ନେଇ ସୂଚନା ମିଳିଥିଲା |






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..