ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନ୍ୟାସ୍ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ ର ପୂର୍ବତନ ପରିଚାଳନା ନିର୍ଦେଶକ ରବି ନାରାୟଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି | ୨୦୦୯ରୁ ୨୦୧୭ ମଧ୍ୟରେ ‘ଏକ୍ସଚେଞ୍ଜ୍’ର କର୍ମଚାରୀମାନଙ୍କର ଫୋନ୍ ବେଆଇନ୍ ଭାବେ ଟ୍ୟାପିଙ୍ଗ୍ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଇଡି ରବି ନାରାୟଣଙ୍କୁ ଗିରଫ କରିଥିବା ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ‘ସିବିଆଇ’ କହିବା ଅନୁସାରେ, ଅଭିଯୋଗ ହୋଇଥିଲା ଯେ, ୨୦୦୯-୧୭ ପର୍ଯ୍ୟନ୍ତ ତତ୍କାଳୀନ ଏମ୍. ଡି. ନାରାୟଣ, ତତ୍କାଳୀନ ଡି.ଏମ୍.ଡି. ରାମକୃଷ୍ଣା, ତତ୍କାଳୀନ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଏବଂ ‘ଏନ୍ଏସ୍ଇ’ ପରିସରର ମୁଖ୍ୟ ଏବଂ ଘରୋଇ କମ୍ପାନି ବେଆଇନ ଭାବେ ‘ଏନ୍ଏସ୍ଇ’ କର୍ମଚାରୀମାନଙ୍କ ଟେଲିଫୋନ୍ ଟ୍ୟାପ୍ କରିବା ଲାଗି ଷଡ଼ଯନ୍ତ୍ର କରିଥିଲେ। ଦିଲ୍ଲୀରେ ଜେରା କରିବା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟ ରବି ନାରାୟଣଙ୍କ ନିକଟକୁ ସମନ୍ ପଠାଇଥିଲା। ବିଶେଷସୂତ୍ରରୁ ପ୍ରକାଶ, ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତରେ ରବି ନାରାୟଣ ସହଯୋଗ କରୁ ନ ଥିବାରୁ ତାଙ୍କ ନାମରେ ଥିବା ଅଭିଯୋଗ ଆଧାରରେ ମଙ୍ଗଳବାର ସଂଧ୍ୟା ବେଳେ ତାଙ୍କୁ ଗିରଫ କରାଯାଇଛି। ‘ଏନ୍ଏସ୍ଇ’ର ତତ୍କାଳୀନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ୧୯୯୪ରୁ ୨୦୧୩ ମଧ୍ୟରେ ‘ଏନ୍ଏସ୍ଇ’ର ବିଭିନ୍ନ ପଦପଦବୀରେ ଥିଲେ। ପୂର୍ବରୁ ମୁମ୍ବାଇର ପୂର୍ବତନ ପୋଲିସ କମିସନର୍ ସଞ୍ଜୟ ପାଣ୍ଡେଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା। ଏହି ମାମଲାରେ ‘ଏନ୍ଏସ୍ଇ’ର ଚିତ୍ରା ରାମକୃଷ୍ଣଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଥିଲା। ବର୍ତ୍ତମାନ ସେ ଇଡି ହାଜତରେ ଅଛନ୍ତି। ‘ସିବିଆଇ’ ଦାଏର କରିଥିବା ‘ଏଫ୍ଆଇଆର୍’କୁ ଭିତ୍ତି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ‘ଏନ୍ଏସ୍ଇ’ରେ ହୋଇଥିବା ‘ମନି ଲଣ୍ଡରିଙ୍ଗ୍’ ଘଟଣାର ତଦନ୍ତ ଆରମ୍ଭ କରିଛି|






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..