Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ମୁଖ୍ୟ ସଚିବ ଗିରଫ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲାଇଫ୍ ମିଶନ ସ୍କାମ ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ପୂର୍ବତନ ମୁଖ୍ୟ ସଚିବ ଏମଶିବ ଶଙ୍କରଙ୍କୁ ଗିରଫ କରିଛି। ତିନି ଦିନ ଜେରା ପରେ ଏମଶିବ ଶଙ୍କରଙ୍କୁ ଗିରଫ କରାଯାଇଛି। ଲାଇଫ୍ ମିଶନ୍ ହେଉଛି ଗରିବଙ୍କ ଉଦ୍ଦେଶ୍ୟରେ କେରଳ ସରକାରଙ୍କ ଏକ ଜନହିତକାରୀ ଯୋଜନା। ଯେଉଁଥିରେ ଭୂମିହୀନମାନଙ୍କ ପାଇଁ ଘର ନିର୍ମାଣ କରାଯାଇଥାଏ। ୟୁଏଇର କନସୁଲେଟ୍ ଜରିଆରେ ରେଡ୍ କ୍ରେସେଣ୍ଟ ପକ୍ଷରୁ ଘର ନିର୍ମାଣ ପାଇ ୨୦ କୋଟି ଟଙ୍କା ଦିଆଯାଇଥିଲା। ସେଥିରୁ ୧୪.୫୦ କୋଟି ଟଙ୍କା ଖର୍ଚ୍ଚ କରି ଲାଇଫ୍ ମିଶନ ଯୋଜନା ମାଧ୍ୟମରେ ରେ ୧୪୦ ପରିବାର ପାଇଁ ଗୃହ ନିର୍ମାଣ ପାଇଁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖାଯାଇଥିଲା । ଅବଶିଷ୍ଟ ଅର୍ଥ ଏକ ଡାକ୍ତରଖାନା ନିର୍ମାଣ ପାଇଁ ବ୍ୟବହୃତ ହେବ ବୋଲି ଚୁକ୍ତିରେ କୁହାଯାଇଛି। ସମାଜ ତଥା ମାନବୀୟ ସେବା ଉଦ୍ଦେଶ୍ୟରେ ତିଆରି ହୋଇତିବା ରେଡ୍ କ୍ରେସେଣ୍ଟ ହେଉଛି ଏକ ଏନଜିଓ ସଂସ୍ଥା। କେରଳରେ ଘର ନିର୍ବାଆଣ ପାଇଁ UNITAC ବିଲଡର୍ସ ସହ ଚୁକ୍ତି ହୋଇଥିଲା । ତେବେ ୟୁନିଟ୍ୟାକ୍ ପରିଚାଳନା ନିର୍ଦ୍ଦେଶକ ସନ୍ଥୋଶ ଇପେନ୍ କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତ ଏହି ପ୍ରକଳ୍ପ ପାଇଁ ୪.୪୮ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି। ପରେ ରାଜ୍ୟ ସରକାର ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଦୁର୍ନୀତିରେ ସ୍ୱପ୍ନା ସୁରେଶ ଏବଂ ସରିଥ ପିଏସ ସିଭାସାନକର ସମ୍ପୃକ୍ତ ଥିବା ଜଣାପଡ଼ିଛି। ଲାଞ୍ଚ ଅଭିଯୋଗ ପରେ ଥ୍ରୀସୁରରେ ଥିବା ଲାଇଫ୍ ମିଶନ୍ କମ୍ପ୍ଲେକ୍ସ ସନ୍ଦେହ ଘେରକୁ ଆସିଥିଲା। ତେବେ ଏହାରି ଭିତରେ ଇଡି ରେଡ୍‌ କରିଛି|

Breaking News