ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦନୀତିକୁ ନେଇ ଦିଲ୍ଲୀ ପଞ୍ଜାବ ସମେତ ଦେଶର ୩୫ଟି ସ୍ଥାନରେ ରେଡ୍ କରିଛି ଇଡି। ମଦ କାରବାରରେ ବେଆଇନ ଟଙ୍କା କାରବାର ହୋଇଥିବା ଅଭିଯୋଗରେ ଏହି ମାରାଥନ୍ ରେଡ୍ ହୋଇଛି। ଏହି ରେଡକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଟ୍ୱିଟ୍ କରି କହିଛନ୍ତି ଯେ, ଗତ ୩ ମାସରେ ୫୦୦ରୁ ଊର୍ଦ୍ଧ୍ୱ ଚଢ଼ାଉ ହୋଇସାରିଲାଣି। ମନିଷ ସିସୋଦିଆଙ୍କ ବିରୋଧରେ ୩୦୦ରୁ ଊର୍ଦ୍ଧ୍ୱ ସିବିଆଇ ଏବଂ ଇଡି ଅଫିସର ୨୪ ଘଣ୍ଟା କାମ କରୁଛନ୍ତି। ହେଲେ ସେମାନେ କିଛି ପାଉ ନାହାନ୍ତି । କାରଣ କୌଣସି ଅନିୟମମିତତା ହୋଇ ନାହିଁ। ସେମାନଙ୍କ ଘୃଣ୍ୟ ରାଜନୀତି ପାଇଁ ବହୁ ସଂଖ୍ୟାରେ ଅଫିସରଙ୍କ ସମୟ ନଷ୍ଟ ହେଉଛି। ଦେଶ କିଭଳି ଆଗେଇ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ମଦ ନୀତିରେ ହୋଇଥିବା ଅନିୟମିତା ମାମଲାରେ ଆର୍ଥିକ ଦୁର୍ନୀତି ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ, ପଞ୍ଜାବ ଏବଂ ହାଇଦ୍ରାବାଦର ପ୍ରାୟ ୩୫ଟି ସ୍ଥାନରେ ଚଢ଼ଉ କରିଛି।ଏ ସବୁ ରାଜ୍ୟରେ ଥିବା ମଦ କମ୍ପାନୀ, ବିତରଣକାରୀ ଓ ଯୋଗାଣ ବ୍ୟବସ୍ଥା ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ଘରେ ଯାଞ୍ଚ ଚାଲିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..