ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଲକାତା ଆଇ-ପାକ୍ କମ୍ପାନୀରେ ଚଢାଉ ମାମଲାରେ ପଶ୍ଚିମବଙ୍ଗ ପୋଲିସ ଡିଜିପି ରାଜୀବ କୁମାରଙ୍କୁ ହଟାଇବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ ଦାଖଲ କରିଛି । ଆବେଦନରେ ଡିଜିପି ରାଜୀବ କୁମାରଙ୍କ ସମେତ ପଶ୍ଚିମବଙ୍ଗ ପୋଲିସର ଶୀର୍ଷ ଅଧିକାରୀମାନଙ୍କୁ ନିଲମ୍ବନ କରିବାକୁ ଦାବି କରାଯାଇଛି ।ଇଡି ଅଭିଯୋଗ କରିଛି ଯେ ଏହି ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମିଶି ତଦନ୍ତରେ ବାଧା ସୃଷ୍ଟି କରିଥିଲେ ଏବଂ ପ୍ରମାଣ ଚୋରି କରିବାରେ ସହାୟତା କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନରେ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ଡିଜିପି ରାଜୀବ କୁମାର ପୂର୍ବରୁ କଲକାତା ପୋଲିସ କମିଶନର ଭାବରେ କାର୍ଯ୍ୟ କରିବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଧାରଣାରେ ବସିଥିଲେ ।






More Stories
ବିଶ୍ବରେ ଶାନ୍ତି ଓ ସ୍ଥିରତା ଚାହେଁ ଭାରତ…..
୧୦୦ ବିମାନ ବାତିଲ…..
କାଶ୍ମୀରରେ ସ୍କୁଲ-କଲେଜ ବନ୍ଦ…..