ରିପୋର୍ଟ କାର୍ଡ / ଭୁବନେଶ୍ୱର
ସିସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ପୂର୍ବତନ ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କସହ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ମଧ୍ୟ ଅତିରିକ୍ତ ଚାର୍ଜସିଟ୍ ଦାଖଲ ହୋଇଛି । ସେସନ୍ସ କୋର୍ଟରେ ଇଡି ପକ୍ଷରୁ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯାଇଛି । ବିଶ୍ୱାଳ ଦଂପତିଙ୍କ ସହ ସିସୋରର ୨ଟି କଂପାନୀ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି । ସିସୋର ମୁଖ୍ୟ ପ୍ରଶାନ୍ତ ଦାସ, ପ୍ରଭାତ ଦାସ, ଅନ୍ୟ ୩ ଜଣଙ୍କ ନାଁରେ ଭୁବନେଶ୍ବର ସ୍ପେଶାଲ କୋର୍ଟ (ପିଏମଏଲଏ)ରେ ଦ୍ବିତୀୟ ଅତିରିକ୍ତ ଅଭିଯୋଗ ଦାୟର କରିଛି। ମାନ୍ୟବର କୋର୍ଟ ଇଡି ଅଭିଯୋଗକୁ ଗ୍ରହଣ କରିଛନ୍ତି।






More Stories
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..