Report Card Odisha

| Daily Odia News

ଜେଲ୍‌ରେ ମନୀଷ ସିସୋଦିଆଙ୍କୁ ଜେରା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ତିହାର ଜେଲ୍‌ରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱିତୀୟ ଥର ପାଇଁ ପଚରାଉଚରା କରିଛି । ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଅନିୟମିତତା ଅଭିଯୋଗ ଉପରେ ଏହି ପଚରାଉଚରା କରାଯାଉଛି । ଗତ ୭ ତାରିଖରେ ମନୀଷ ସିସୋଦିଆଙ୍କୁ ଇଡିର ଅଧିକାରୀ ମାନେ ଜେରା କରିଥିଲେ । ଶ୍ରୀ ସିସୋଦିଆଙ୍କୁ ଗତମାସ ୨୬ ତାରିଖରେ ସିବିଆଇ ଗିରଫ କରିବା ପରେ ବର୍ତ୍ତମାନ ସେ ନ୍ୟାୟିକ ହାଜତରେ ଅଛନ୍ତି। କଳାଧନ ନିବାରଣ ଆଇନ୍‌ ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Breaking News