Report Card Odisha

| Daily Odia News

୧୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢଉ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମନିଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢଉ କରୁଛି । ଏହାସହ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସଦସ୍ୟ ସଲାଭ କୁମାରଙ୍କ ଘରେ ବି ଚଢଉ ଚାଲିଛି। ରାଜଧାନୀ ଦିଲ୍ଲୀର ୧୦ଟି ସ୍ଥାନରେ ଏକାକାଳୀନ ରେଡ୍ କରାଯାଉଛି। ସେହିପରି ଆମ୍ ଆଦମୀ ପାର୍ଟିର ସାଂସଦ ଏନ୍‌ ଡି ଗୁପ୍ତାଙ୍କ ଘରେ ବି ଚଢଉ ଚାଲିଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ମାମଲାରେ ଆମ୍ ଆଦମୀ ପାର୍ଟିର ସମ୍ପୃକ୍ତି ଅଭିଯୋଗ ଆଧାରରେ ଏହି ରେଡ୍ କରାଯାଉଛି। ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ୫ ଥର ଇଡି ସମନ କରିବା ପରେ ମଧ୍ୟ ସେ ହାଜର ହୋଇନାହାନ୍ତି। ଏହାକୁ ନେଇ ଇଡି କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ବୁଧବାର ମାମଲାର ଶୁଣାଣି ହେବ। ଦିଲ୍ଲୀ ସମେତ ବାରଣାସୀ ଏବଂ ଚଣ୍ଡିଗଡରେ ମଧ୍ୟ ଚଢଉ ଜାରି ରହିଥିବା ଜଣାପଡିଛି |

Breaking News