Report Card Odisha

| Daily Odia News

ଇଡି ଟାର୍ଗେଟ୍‌ରେ ମମତା ବାନାର୍ଜୀ, ମନ୍ତ୍ରୀଙ୍କ ଘରେ ରେଡ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆକ୍ସନ ମୁଡ୍‌ରେ ରହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ | ଟାର୍ଗେଟ୍‌ରେ ମମତା ବାନାର୍ଜୀ। ତାଙ୍କ ମନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉ କରିଛି | ରାସନ ବଣ୍ଟନ ଦୁର୍ନୀତି ମମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ବାସଭବନରେ ଚଢ଼ାଉ କରିଛି। ଗତ ସପ୍ତାହରେ ଏହି ସମାନ ମାମଲାରେ ଇଡି ବ୍ୟବସାୟୀ ବକିବୁର ରହମାନଙ୍କୁ ଗିରଫ କରିଥିଲା। ବକିବୁର ରହମାନ ମନ୍ତ୍ରୀ ଜ୍ୟୋତିପ୍ରିୟାଙ୍କ ଅତି ନିକଟତର ବୋଲି କୁହାଯାଉଛି। ସୂଚନା ମୁତାବକ ଇଡିର ଏକ ଟିମ୍‌ ଆଜି କୋଲକାତାର ସଲ୍ଟ ଲେକ୍‌ ସ୍ଥିତ ଶାସକ ଟିଏମ୍‌ସିର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟାଙ୍କ ଦୁଇଟି ଫ୍ଲାଟ୍‌ରେ ଚଢ଼ାଉ କରିଛି। ଏଥିସହ ମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକଙ୍କ ସମେତ ଅନ୍ୟ ଆଠଟି ଫ୍ଲାଟରେ ମଧ୍ୟ ଚଢ଼ାଉ କରାଯାଇଛି। ଇଡିର ଜଣେ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ଚଢ଼ାଉ ବେଳେ ମନ୍ତ୍ରୀ ଉକ୍ତ ସ୍ଥାନରେ ଉପସ୍ଥିତ ନଥିଲେ। ପରେ ସେ ଆସିଥିଲେ। ଆସିବା ପରେ ତାଙ୍କ ଠାରୁ ଫୋନ୍‌ ଛଡାଇ ନିଆଯାଇଥିଲା। ପରେ ତାଙ୍କୁ ପଚରାଉଚରା ଚାଲିଛି। ଫ୍ଲାଟ୍‌ ଭିତରେ ୮ ଜଣ ଅଧିକାରୀ ଅଛନ୍ତି। ଏହି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିସାରିଛି। ଉକ୍ତ ବ୍ୟକ୍ତିଙ୍କର ଶାସକ ତ୍ରୁଣମୂଳ କଂଗ୍ରେସ ଓ ମନ୍ତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା କୁହାଯାଉଛି।

 

Breaking News