ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି । ରାଜ୍ୟରେ ବୃକ୍ଷରୋପଣ ଓ ବନୀକରଣ କାର୍ଯ୍ୟକ୍ରମରେ ଦୁର୍ନୀତି ହୋଇଥିବା ନେଇ ପୂର୍ବତନ ଅତିରିକ୍ତ ପିସିସିଏଫ ଶ୍ରୀ ପାଠକଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ଜାରି ରହିଛି । ଇଡି ପକ୍ଷରୁ ଆଜି ମିଳିଥିବା ସୂଚନା ଅନୁସାରେ, ପ୍ରିଭେନସନ୍ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ) ଅନ୍ତର୍ଗତ ପୂର୍ବତନ ଆଇଏଫଏସ୍ ଅଧିକାରୀ ଶ୍ରୀ ପାଠକଙ୍କ ଆୟବର୍ହିଭୂତ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଆୟ ବର୍ହିଭୂତ ସମ୍ପତ୍ତିର ପରିମାଣ ୨୯.୮୩ଲକ୍ଷ ଟଙ୍କା ହେବ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ସମ୍ପତ୍ତିକୁ ଜବତ କରିବା ପରେ ଶ୍ରୀ ପାଠକ ଏସବୁର ଉପଯୋଗ କରିପାରିବେ କିନ୍ତୁ ଏହାକୁ ବିକ୍ରି କିମ୍ବା କାହାରିକୁ ହସ୍ତାନ୍ତର କରିପାରିବେ ନାହିଁ ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..