ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପ୍ପା, ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ପରେ ଯୁବରାଜ ସିଂ ଏବଂ ଅଭିନେତା ସୋନୁ ସୁଦଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ । ବେଆଇନ ଅନଲାଇନ୍ ବେଟିଂ ଆପ୍ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କରାଯିବ ପଚରାଉଚରା । ଇଡି ସେପ୍ଟେମ୍ବର ୨୨ରେ ରବିନ୍ ଉଥାପ୍ପାଙ୍କୁ ପଚରାଉଚରା ପାଇଁ ଡାକିଛି । ଯୁବରାଜ ସିଂହଙ୍କୁ ସେପ୍ଟେମ୍ବର ୨୩ରେ ପଚରାଉଚରା କରାଯିବ । ସେହିଭଳି ସୋନୁ ସୁଦଙ୍କୁ ପରଦିନ ଅର୍ଥାତ୍ ସେପ୍ଟେମ୍ବର ୨୪ରେ ପଚରାଉଚରା ପାଇଁ ଡକାଯାଇଛି । ବେଆଇନ ଅନଲାଇନ୍ ବେଟିଂ ଆପ୍ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଖୋଳତାଡ ଜାରି ରଖିଛି ଇଡି । ଏହି ମାମଲା 1xBet ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ସହିତ ଜଡିତ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……