ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପ୍ପା, ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ପରେ ଯୁବରାଜ ସିଂ ଏବଂ ଅଭିନେତା ସୋନୁ ସୁଦଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ । ବେଆଇନ ଅନଲାଇନ୍ ବେଟିଂ ଆପ୍ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କରାଯିବ ପଚରାଉଚରା । ଇଡି ସେପ୍ଟେମ୍ବର ୨୨ରେ ରବିନ୍ ଉଥାପ୍ପାଙ୍କୁ ପଚରାଉଚରା ପାଇଁ ଡାକିଛି । ଯୁବରାଜ ସିଂହଙ୍କୁ ସେପ୍ଟେମ୍ବର ୨୩ରେ ପଚରାଉଚରା କରାଯିବ । ସେହିଭଳି ସୋନୁ ସୁଦଙ୍କୁ ପରଦିନ ଅର୍ଥାତ୍ ସେପ୍ଟେମ୍ବର ୨୪ରେ ପଚରାଉଚରା ପାଇଁ ଡକାଯାଇଛି । ବେଆଇନ ଅନଲାଇନ୍ ବେଟିଂ ଆପ୍ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଖୋଳତାଡ ଜାରି ରଖିଛି ଇଡି । ଏହି ମାମଲା 1xBet ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ସହିତ ଜଡିତ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..