Report Card Odisha

| Daily Odia News

ଇଡ଼ି ନଜରରେ ମାର୍କ୍ସବାଦୀ କମ୍ୟୁନିଷ୍ଟ୍ ପାର୍ଟି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳଙ୍କ ଉପରେ ଇଡ଼ି କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏବେ ମାର୍କ୍ସବାଦୀ କମ୍ୟୁନିଷ୍ଟ୍ ପାର୍ଟି (ସିପିଆଇ-ଏମ୍) ଉପରେ ଇଡ଼ିର କଡ଼ା ନଜର ପଡ଼ିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଇଡ଼ି ମାର୍କ୍ସବାଦୀ କମ୍ୟୁନିଷ୍ଟ୍ ପାର୍ଟି ଏବଂ ଏହାର ନେତାଙ୍କ ଅଘୋଷିତ ବ୍ୟାଙ୍କ ଆକାଉଣ୍ଟ୍‌ର ମନି ଲାଇଣ୍ଡରିଂ ଯାଞ୍ଚ୍ କରିଛି। ଏହି ଗୁପ୍ତ ଆକାଉଣ୍ଟ୍ ସମ୍ପର୍କରେ ଇଡ଼ି ପକ୍ଷରୁ ଆରବିଆଇ, କେନ୍ଦ୍ରୀୟ ଅର୍ଥମନ୍ତ୍ରଣାଳୟର ରାଜସ୍ବ ବିଭାଗ ଏବଂ ନିର୍ବାଚନ ଆୟୋଗଙ୍କ ସହିତ ସେୟାର କରାଯାଇଛି। ଇଡ଼ି ପକ୍ଷରୁ ଅଭିଯୋଗ କରାଯାଇଛି ଆକାଉଣ୍ଟ୍ ଗୁଡ଼ିକ ଆଇନର ଉଲ୍ଲଂଘନ କରାଯାଇ କରୁବନୁର ସର୍ଭିସ୍ କୋପରେଟିଭ୍ ବ୍ୟାଙ୍କ ଲିମିଟେଡ୍‌ରେ ଖୋଲା ଯାଇଛି। ଏହି ସୋସ‌ାଇଟି ଏବଂ ଏହାର ସଦସ୍ୟମାନଙ୍କ ବିରୋଧରେ ୧୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିବାବେଳେ ଏହାର ଯାଞ୍ଚ୍ ଇଡ଼ି ଦ୍ବାରା ଜାରି ରହିଛି।

Breaking News