ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି(ଗୁରୁବାର) ସରୁଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି । ରିମାଣ୍ଡ ଅବଧି ବଢାଇବାକୁ କୋର୍ଟରେ ଇଡି ପୁଣିଥରେ ଆବେଦନ କରିପାରେ। ଆଜି ଦିନ ୨ଟା ବେଳେ ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯିବ ।କେଜ୍ରିୱାଲଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିଦ୍ଦେର୍ର୍ଶାଳୟ ଜେରା କରୁଛି। ଏପଟେ ଦିଲ୍ଲୀ ହାଇକୋର୍ଟରୁ ମଧ୍ୟ କେଜ୍ରିୱାଲଙ୍କୁ ଆଶ୍ବସ୍ତି ମିଳିନାହିଁ। ଇଡି ଦ୍ବାରା ଗିରଫଦାରୀ ଏବଂ ରିମାଣ୍ଡ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେଜ୍ରିୱାଲ। ତାଙ୍କୁ ତତ୍କାଳ ମୁକ୍ତି ଦେବାକୁ କେଜ୍ରିୱାଲ ଆବେଦନ କରିଥିଲେ । ତେବେ ହାଇକୋର୍ଟ ଏଥିପାଇଁ ମନା କରିଦେବା ସହ ଇଡିକୁ ନିଜ ପକ୍ଷ ରଖିବାକୁ ଇଡିକୁ ଏପ୍ରିଲ ୩ ଯାଏଁ ସମୟ ଦେଇଛନ୍ତି। ଏପ୍ରିଲ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..