ରିପୋର୍ଟ କାର୍ଡ / ଭୁବନେଶ୍ବର
ପ୍ରବର୍ତ୍ତନ ନିର୍ଦେଶାଳୟ ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ଓ ଗିରଫ ମାମଲାର ତଦନ୍ତ କରିବ। ଆର୍ଥିକ କାରବାରର ଖୋଳତାଡ଼ କରିବ ଇଡି। ଏନେଇ ଇଡି ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏହି ଘଟଣାକୁ ନେଇ ପୂର୍ବରୁ ଇଡି କମିସନରେଟ ପୁଲିସକୁ ତଥ୍ୟ ମାଗିଥିଲା। କମିସନରେଟ ପୁଲିସ ପକ୍ଷରୁ ରମେଶ ସ୍ୱାଇଁଙ୍କର ସବୁ ତଥ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟକୁ ହସ୍ତାନ୍ତର କରାଯାଇଛି। ନୂଆ ମାମଲା ରୁଜୁ କରାଯାଇ ଇଡି ପକ୍ଷରୁ ଅନେକ ତଥ୍ୟ ପୁଲିସକୁ ମଗାଯିବ। ବିଶେଷକରି ଏମବିବିଏସ ଛାତ୍ରଙ୍କୁ ୨ କୋଟିର ଚୁନା ଲଗାଇବା, ବ୍ୟାଙ୍କରୁ ଆଣିଥିବା ଋଣ, ମିଛ ବାହାଘର କରି ୨୭ଜଣ ପତ୍ନୀଙ୍କ ଠାରୁ ଆତ୍ମସାତ କରିଥିବା କୋଟି କୋଟି ଟଙ୍କାର ଠକେଇର ଇଡି ଖୋଳତାଡ଼ କରିବ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..