Report Card Odisha

| Daily Odia News

ମାଟ୍ରିକ-ଯୁକ୍ତ ୨ ପରୀକ୍ଷା ନେଇ ଆଲୋଚନା ପରେ ହେବ ନିଷ୍ପତ୍ତି……

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ହ୍ରାସ ପାଇଛି କରୋନା ସଂକ୍ରମଣ | ଏହାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିଥିବାବେଳେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଲାଗି କର୍ତ୍ତୃପକ୍ଷ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ପରୀକ୍ଷା ପରିଚାଳନା ନେଇ ଦଶମ ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଯୁକ୍ତ-୨ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟକ୍ଷ, ପ୍ରଧାନଶିକ୍ଷକ ଏବଂ ଏଥିସହ ଜଡ଼ିତ ଅନ୍ୟମାନଙ୍କ ସହ ଆଲୋଚନା କରିବେ। ଉଭୟ ପରିଷଦର ସଭାପତି ଓ ଅଧ୍ୟକ୍ଷ ଆଲୋଚନା ବ୍ୟବସ୍ଥା କରିବାକୁ ଗଣଶିକ୍ଷା ବିଭାଗ ସୂଚନା ଦେଇଛନ୍ତି।

 

Breaking News