ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଶ୍ୱର କେତେକ ଦେଶରେ ପୁଣି ଥରେ କରୋନା ମୁଣ୍ଡ ଟକିଲାଣି | ଏହାକୁ ନେଇ ପୁଣି ଚିନ୍ତାବଢି ଯାଇଛି | କୋଭିଡ ଗାଇଡଲାଇନ ଅନୁଯାୟୀ ହେବ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା | ଅନ୍ୟ ଦେଶରେ କୋଭିଡ ବ୍ୟାପୁଥିବାରୁ ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧି ଆସନ୍ତୁ। ଛାତ୍ରଛାତ୍ରୀମାନଙ୍କ ଉଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶସୂଚନା ଦେଇଛନ୍ତି। କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଦଶମ ଓ ଦ୍ବାଦଶ ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଅନ୍ୟ ଦେଶରେ କୋଭିଡ ବଢୁଥିବାରୁ ଏହି ପଦକ୍ଷେପ ନିଆଯାଇଛି। କରୋନା କଟକଣାରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି। କୋଭିଡ କଟକଣା ଭିତରେ ମାଟ୍ରିକ ସମେଟିଭ-୧ ଓ ଯୁକ୍ତ ୨ ତଥା ଦ୍ବାଦଶ ପରୀକ୍ଷା ହେବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଛାତ୍ରମାନଙ୍କୁ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ରଖିବାକୁ କହିଛନ୍ତି।






More Stories
ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ…..
ଲଘୁଚାପ କ୍ଷେତ୍ର ସକ୍ରିୟ…..
ଛାତ୍ରଛାତ୍ରୀ ଦେଲେ ମାଟ୍ରିକ ପରୀକ୍ଷା…..