ରିପୋର୍ଟ କାର୍ଡ / କଟକ
ରାଜ୍ୟରେ ତୈଳଦର ଦର କମିବାରୁ ବସ ଭଡା କମିଛି । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ନୋଟିସରେ ଉଲ୍ଲେଖ ରହିଛି । ୫ରୁ ୧୫ ପଇସା ପର୍ଯ୍ୟନ୍ତ ବସ୍ ଭଡ଼ା କମାଇଛି ପରିବହନ ବିଭାଗ । ସାଧାରଣ ବସ୍ ଭଡ଼ା କିଲୋମିଟରକୁ ୫ ପଇସା କମିଛି । ପୂର୍ବରୁ ୯୨ ପଇସା ପ୍ରତି କିଲୋମିଟର ଥିବାବେଳେ ଏବେ ୮୭ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡା ୫ ପଇସା କମି କିଲୋମିଟରକୁ ୯୧ ପଇସା ହୋଇଛି । ଡିଲକ୍ସ ଭଡ଼ା ୧୦ ପଇସା କମି କିଲୋମିଟରକୁ ୧୨୫ ହୋଇଥିବା ବେଳେ ଏସି ଡିଲକ୍ସ ଭଡ଼ା ୧୦ ପଇସା କମି ୧୫୩ ପଇସା ହୋଇଛି । ସେହିପରି ସୁପର ପ୍ରିମିୟର ୧୫ ପଇସା କମି କିଲୋମିଟର ପିଛା ୨୩୮ ପଇସା ହୋଇଛି । ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ଡିଜେଲ ଲିଟର ୧୦୨ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ମୂଲ୍ୟ ହ୍ରାସ କରିବା ପରେ ଏବେ ଏହାର ମୂଲ୍ୟ ୯୧ ଟଙ୍କାକୁ ଖସି ଆସିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ବସ୍ ଭଡ଼ା କମାଇଛି ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ