ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ହେବ ରାବଣ ପୋଡି । ପାହାଳ ଥାନା ଅନ୍ତର୍ଗତ ନହରକଣ୍ଟା, ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା, ବଡଗଡ଼ ଥାନା ଅନ୍ତର୍ଗତ କୋରଡକଣ୍ଟା, ବଡଗଡ଼ ଥାନା ଅନ୍ତର୍ଗତ ବାଙ୍କୁଆଳ , ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗୋପାଳପୁର, ଇନ୍ଫୋସିଟି ଥାନା ଅନ୍ତର୍ଗତ କିଟ ରୋଡ଼ ଓ ଏୟାରଫିଲଡ଼ ଥାନା ଅନ୍ତର୍ଗତ କପିଳପ୍ରସାଦ ଫୁଟବଲ ପଡିଆ ଠାରେ ଆଜି ଅନୁଷ୍ଠିତ ହେବ ରାବଣ ପୋଡି। ଭୁବନେଶ୍ୱରରେ କମିଶନରେଟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ୭ ଟି ସ୍ଥାନରେ ରାବଣ ପୋଡି ପାଇଁ ଅନୁମତି ଦିଆଯାଇଛି ।ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁନିଶ୍ଚିତ କରିବା ପାଇଁ ବରମୁଣ୍ଡା ପୂଜା ମଣ୍ଡପ ଠାରେ ଅଗ୍ନିଶମ ଅଧିକାରୀ ମାନେ ଯାଞ୍ଚ କରିଛନ୍ତି । ବାଣ ଫୁଟିବା ସ୍ଥାନ ଠାରୁ ଶହେ ମିଟର ଦୂରରେ ଲୋକମାନେ ରହିବେ । ଏଥିପାଇଁ ବ୍ୟାରିକେଡ କରାଯାଇଛି । ବିଶେଷ ଶବ୍ଦ ପ୍ରଦୂଷଣ ନହେବା ପାଇଁ ଗ୍ରୀନ କ୍ରାକରର ବ୍ୟବହାର ପାଇଁ ପୂର୍ବରୁ ପୂଜା କମିଟି ଗୁଡିକୁ ନିର୍ଦ୍ଦେଶ ରହିଛି । କୌଣସି ଅଘଟଣ ଘଟିଲେ ରାବଣ ପୋଡି ହେଉଥିବା ସ୍ଥାନରେ ଫାୟାର ଫାଇଟର ମାନେ ଆମ୍ବୁଲାନ୍ସ ସହ ରହିବେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।
More Stories
କଟକରେ ଭାଙ୍ଗିଲା ତୋରଣ…..
ଗଭୀର ଅବପାତରେ ପରିଣତ ଲଘୁଚାପ,ପ୍ରବଳ ବର୍ଷିବ…..
ହାତୀଙ୍କ ପାଇଁ ଘର ତିଆରିବେ ସରକାର……