ରିପୋର୍ଟ କାର୍ଡ / କଳାହାଣ୍ଡି
କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ଜୋରଧରିଛି | ଏହି ହତ୍ୟା ଘଟଣାକୁ ନେଇ ରାଜ୍ୟ ସାରା ପ୍ରତିବାଦରେ କରାଯାଉଛି | ମାମଲାକୁ ନେଇ ବିଜେଡ଼ିକୁ ଟାର୍ଗେଟ କରୁଛନ୍ତି ବିଜେପି ଓ କଂଗ୍ରେସ ନେତା । ପୂର୍ବରୁ ବିଜେପି କର୍ମୀଙ୍କ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରକୁ ଅଣ୍ଡାମାଡ଼ ହୋଇଥିବା ବେଳେ ଆଜି ନର୍ଲାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । ମମିତା ହତ୍ୟା ଘଟଣା ପ୍ରତିବାଦରେ ଅଣ୍ଡାମାଡ଼ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ କର୍ମୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । ଭବାନୀପାଟଣାରୁ ଆସିଥିବା ବେଳେ ନର୍ଲାରେ ଅଣ୍ଡାମାଡ଼ର ଶିକାର ହୋଇଥିଲେ ଟୁକୁନି ସାହୁ । ସେହିପରି ଗତକାଲି ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସଙ୍କ ସହିତ ଯିବା ବେଳେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା । ଉଭୟେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ କଲେଜ ଛକରେ ସେମାନଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରାଯାଇଥିଲା । ଅଣ୍ଡାମାଡ଼ ସହ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ ବିଜେପି କର୍ମୀ । ଫଳରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ ବୋଲି ସୂଚନା ମିଳିଥିଲା ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..