ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ କଳାକାରନାମାକୁ ନେଇ ଏବେ ସାରା ରାଜ୍ୟ ପଡ଼ୁଛୁ ଉଠୁଛି । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଲାଗିଛି ବଡ଼ ଝଟକା । ଜଗବନ୍ଧୁଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରାଯିବ ନାହିଁ । ଜଗବନ୍ଧୁ ଗିରଫ ହୋଇ ସାରିଥିବାରୁ ତାଙ୍କର ଜାମିନ ଆବେଦନର ଶୁଣାଣି ହେବନି ବୋଲି କହିଛନ୍ତି ହାଇକୋର୍ଟ । ମାମଲାର ପ୍ରତ୍ୟାହାର ପାଇଁ ହାଇକୋର୍ଟ ଅନୁମତି ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ନିୟମିତ ଜାମିନ ଆବେଦନ ପାଇଁ ଆବେଦନ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ତେବେ ଅର୍ଚ୍ଚନାଙ୍କ ସମସ୍ତ ବେଆଇନ ଅର୍ଥ କାରବାରର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଫଆରଆର ଆଧାରରେ ସମସ୍ତ ଆକାଉଣ୍ଟର ଟିକିନିଖି ତଦନ୍ତ କରାଯିବ । କେଉଁ ଉପାୟରେ କେଉଁ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ପାଖକୁ ଅର୍ଥ ଆସିଛି ତା’ର ସବୁ ଗୁମର ଖୋଲିବ ଇଡି । ପୋଲିସ ନିକଟରେ ହୋଇଥିବା ସମସ୍ତ ଅଭିଯୋଗର ଏଫଆଇଆର କପି ହସ୍ତାନ୍ତର କରିବାକୁ ଇଡି କମିସନରେଟ ପୋଲିସକୁ କହିଥିଲା ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….