ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ପୁରୁଷ କ୍ରିକେଟରଙ୍କ ସହ ସମାନ ଦରମା ପାଇବେ ମହିଳା କ୍ରିକେଟର। ଏନେଇ ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘୋଷଣା କରିଛି। ବିସିସିଆଇ ସଚିବ ଜୟ ଶାହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଜୟ ଶାହ ଟ୍ୱିଟ୍ କରି କହିଛନ୍ତି, ‘ମହିଳା ଓ ପୁରୁଷ କ୍ରିକେଟରଙ୍କୁ ସମାନ ମ୍ୟାଚ୍ ଫି’ ମିଳିବ। ଏବେ ଟେଷ୍ଟ କ୍ରିକେଟରେ ଗୋଟିଏ ମ୍ୟାଚ ପାଇଁ ୧୫ ଲକ୍ଷ ଓ ଏକଦିବସୀୟ ମ୍ୟାଚରେ ୬ ଲକ୍ଷ ଟଙ୍କା ମିଳିବ। ଗୋଟିଏ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଉଭୟ ମହିଳା ଓ ପୁରୁଷ କ୍ରିକେଟରଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ।’ ଲିଙ୍ଗଗତ ସମାନତା ଦିଗରେ ପ୍ରଥମ ପଦକ୍ଷେପ ନେଇ ମୁଁ ଖୁସି ବୋଲି ବିସିସିଆଇ ସଚିବ ଜୟ ଶାହା ଟୁଇଟ୍ କରି କହିଛନ୍ତ। ଭାରତୀୟ ମହିଳା ଦଳର ଚୁକ୍ତିଭିତ୍ତିକ ଖେଳାଳିଙ୍କ ପାଇଁ ଆମେ ଏକ ସମାନ ନୀତି କାର୍ଯ୍ୟକାରୀ କରୁଛୁ। ଆମେ କ୍ରିକେଟରେ ଲିଙ୍ଗଗତ ସମାନତାର ଏକ ନୂତନ ଯୁଗରେ ପ୍ରବେଶ କରୁଛୁ ବୋଲି ବିସିସିଆଇ ସଚିବ କହିଛନ୍ତି ।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..