ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫେବ୍ରୁଆରୀ ୩ରୁ ୯ ତାରିଖ ଯାଏଁ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡ଼ିଶା ପରି ଏକ ଭାଷା ଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି ‘ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’। ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଆସନ୍ତା ୯ ତାରିଖରେ ଆସିବେ ଲୋକପ୍ରିୟ ତଥା ୟଙ୍ଗ ମାସ୍ର ସବୁଠାରୁ ଖାସ୍ ସିଙ୍ଗର ଜୁବିନ୍ ନୌଟିଆଲ୍। ଏକାମ୍ର ଉତ୍ସବ ଓଡ଼ିଆ ଭାଷାର ଉତ୍ତରାଧିକାରୀତ୍ଵ ଓ ପ୍ରାଚୀନ ମୂଳକୁ ପ୍ରତିପାଦିତ କରି ଗର୍ବିତ ଭାବରେ ଓଡ଼ିଆ ବର୍ଣ୍ଣମାଳାର ଆଧାରରେ ଏକ ଆକର୍ଷଣୀୟ ପ୍ରଦର୍ଶନୀ ଦ୍ଵାରା ସମ୍ମାନିତ କରୁଛି। ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପାଳନ କରିବା ପାଇଁ ପରିକଳ୍ପିତ ଏହି ଇମ୍ପ୍ରସିଭ୍ ପ୍ରଦର୍ଶନୀ, ଓଡ଼ିଶାର ଚଳଚ୍ଚିତ୍ର, ଭାଷା, ସାହିତ୍ୟ ଓ ଓଡ଼ିଆ ପରିଚୟକୁ ପରିଭାଷିତ କରୁଥିବା ସମସ୍ତ ଦିଗ ସହିତ ରାଜ୍ୟର ସାଂସ୍କୃତିକ ମହତ୍ତ୍ଵକୁ ଅନ୍ତର୍ଭୁକ୍ତ କରିଛି। ସୁଚିନ୍ତିତ କ୍ୟୁରେସନ ମାଧ୍ୟମରେ ଏହି ପ୍ରଦର୍ଶନୀ ଓଡ଼ିଶାର ବିବିଧ ତଥା ସ୍ଥାୟୀ ଐତିହ୍ୟର ଏକ ଜୀବନ୍ତ ପ୍ରଦର୍ଶନ ଭାବରେ କାର୍ଯ୍ୟ କରିବ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..