Report Card Odisha

| Daily Odia News

ଶକ୍ତି ପ୍ରଦର୍ଶନ କଲେ ଏକନାଥ ସିନ୍ଦେ,ସାଙ୍ଗରେ ଅଛନ୍ତି ୪୯ ବିଧାୟକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଚ୍ରରେ ଉଦ୍ଧବଙ୍କ ସରକାର ଭାଙ୍ଗିବା ଉପରେ | ଗୌହାଟୀରେ ଏକନାଥ ସିନ୍ଦେ ୪୨ ଶିବସେନା ଓ ୭ ସ୍ୱାଧୀନ ବିଧାୟକଙ୍କ ସହ ଫଟୋ ଓ ଭିଡିଓ ଜାରି କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଉଦ୍ଧବଙ୍କ ସରକାର ବଙ୍ଗିବା ପାଇଁ ସିନ୍ଦେଙ୍କୁ ଆଉ ୩୭ ଶିବସେନା ବିଧାୟକଙ୍କ ଆବଶ୍ୟକତା ପଡୁଛି। ତେବେ ତାଙ୍କ ସହ ୪୯ ଜଣ ଅଛନ୍ତି। ଅପରପଟେ ସରକାର ଗଠନ ଓ ପରବର୍ତ୍ତି ପ୍ରକ୍ରିୟା ଲାଗି ମହାରାଷ୍ଟ୍ର ବିଜେପିରେ ବୈଠକ ପର୍ବ ଆରମ୍ଭ କରିଦେଲେଣି | ସିନ୍ଦେଙ୍କୁ ବିଜେପି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ୮ କ୍ୟାବିନେଟ୍ ଓ ୫ ରାଷ୍ଟ୍ରମନ୍ତ୍ରୀ ପଦ ଅଫର କରିଛି। ଏହା ସହ କେନ୍ଦ୍ରରେ ମଧ୍ୟ ୨ଟି ମନ୍ତ୍ରୀପଦ ଦେବାକୁ ପ୍ରସ୍ତୁତ ଥିବା ଜଣାପଡିଛି। ତେବେ ବିଦ୍ରେହୀ ନେତା ଏକନାଥ ସିନ୍ଦେ ଏକ ଚିଠି ସେୟାର କରିଛନ୍ତି। ଚିଠିଟି ସଞ୍ଜୟ ଶିରସାଟ୍ ଲେଖିଛନ୍ତି, ତେବେ ଏଥିରେ ସବୁ ଶିବସେନା ବିଧାୟକଙ୍କ ମନଭାବ ବର୍ଣ୍ଣନା କରାଯାଇଛି। ଚିଠିରେ ଶିବସେନା ବିଧାୟକଙ୍କ ଲାଗି ଆପଣଙ୍କ ଦ୍ୱାର ସବୁବେଳେ ବନ୍ଦ ଥିଲା। ସେହି ବିଧାୟକଙ୍କ କଥା ଆପଣ ଶୁଣୁ ନଥିଲେ ଯେଉଁମାନଙ୍କ କଥା ସିନ୍ଦେ ଶୁଣୁଥିଲେ ଓ ଆଗକୁ ବି ଶୁଣିବେ ବୋଲି ଉଲ୍ଲେଖ ଅଛି। ଅପରପଟେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଳର ବଡ଼ ନେତାଙ୍କୁ ନେଇ ବୈଠକ କରିଛନ୍ତି। ଏଥିରେ ଉଦ୍ଧବଙ୍କ ସରକାରୀ ବାସଭବନରେ ୧୨ ବିଧାୟକ ପହଞ୍ଚିଥିବାର ଜଣାପଡିଛି। ବିଧାୟକଙ୍କ ଭଳି ଶିବସେନାର ୧୯ ସାଂସଦଙ୍କ ମଧ୍ୟରୁ ୯ ଜଣ ଉଦ୍ଧବଙ୍କ ହାତ ଛାଡିବେ ବୋଲି ସୂଚନା ଆସୁଛି। ଏଥିରେ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଠାଣେ ଲୋକସଭା ସାଂସଦ ରାଜନ ଭିଚାରେ, ୱାସିମ ସାଂସଦ ଭାବନା ଗ୍ୱଲୀ ଓ ନାଗପୁର ରାମଟେକ୍ ସିଟ୍‌ରେ ସାଂସଦ ଥିବା କୃପାଲ ତୁମାନେଙ୍କ ନାମ ଆସୁଥିବା ଜଣାପଡିଛି। ଯଦି ମହାରାଷ୍ଟ୍ର କ୍ଷମତାରେ ପରିବର୍ତ୍ତନ ହୁଏ ତେବେ ଆହୁରି ଅନେକ ସାଂସଦ ମଧ୍ୟ ସିନ୍ଦେଙ୍କ ପକ୍ଷକୁ ଯିବେ ବୋଲି ସୂଚନା ମିଳୁଛି।

 

Breaking News