Report Card Odisha

| Daily Odia News

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଦେ…..

ରିପୋର୍ଟ କାର୍ଡ / ମୁମ୍ବାଇ

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଏକନାଥ ସିନ୍ଦେ |  ଦେବେନ୍ଦ୍ର ଗଙ୍ଗା ରାଓ  ଫଡନାଭିସ ଉପମୁଖ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ଆଜି ରାଜ ଭବନରେ
ଉଭୟଙ୍କୁ ରାଜ୍ୟପାଳ ପଦ ଓ ଗୁପନୀୟତାର ଶପଥ ପାଠ କରାଇଛି | ଉଲ୍ଲେଖ ଯୋଗ୍ୟ -ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ରାଜ୍ୟରେ ମହାବିକାଶ ଅଘାଡି ମେଣ୍ଟର ପତନ ହୋଇଛି। ଅନ୍ୟପକ୍ଷରେ ବିଜେପି ସମର୍ଥନରେ ଏକନାଥ ସିନ୍ଦେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସିନ୍ଦେ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀଶ ଘୋଷଣା କରିଥିଲେ। ତେବେ ନିଜକୁ ସରକାରରୁ ବାହାରେ ରଖିବେ ବୋଲି କହିଥିଲେ ଫଡନବୀଶ । ତେବେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ସିନ୍ଦେଙ୍କ ସରକାରରେ ଫଡନବୀଶ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ସନ୍ଧ୍ୟାରେ ଟ୍ୱିଟ୍‌ କରିଥିଲେ | ଏହା ପରେ ଫଡନବୀଶ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି |

 

 

 

Breaking News