Report Card Odisha

| Daily Odia News

୫ ରାଜ୍ୟରେ ରାଲି,ରୋଡ ସୋ ଉପରେ କଟକଣା ବଳବତ୍ତର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ୫ ରାଜ୍ୟର ବିଧାନସଭା ପାଇଁ ବିଗୁଲ ବାଜିସାରି ଥିବା ବେଳେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ନିର୍ବାଚନ ପାଇଁ କୌଣସି କରୋନା କଟକଣା ହଟିବନି ବୋଲି ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି । କହିଛନ୍ତି କି ୫ ରାଜ୍ୟ ବିଧାନସଭା ନିର୍ବାଚନରେ ରାଲି, ଶୋଭାଯାତ୍ରା ଓ ରୋଡ୍ ଶୋ ଉପରେ ଜାରି କରାଯାଇଥିବା ରୋକ୍ ବଳବତ୍ତର ରହିବ । କରୋନା ସଂକ୍ରମଣ ଓ ଟିକାକରଣ ସ୍ଥିତିକୁ ନେଇ ଶନିବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନର । ଏହି ବୈଠକରେ ମୁଖ୍ୟ ନିର୍ବାଚନ ଆୟୋଗ ଉପସ୍ଥିତ ରହିଥିଲେ । ବୈଠକରେ ଉଚ୍ଚ ପଦାଧିକାରୀ, ନିର୍ବାଚନ ହେଉଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ସମେତ ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ଯୋଗ ଦେଇଥିଲେ | ମୁଖ୍ୟ ସଚିବ ଟିକାକରଣ ଓ ସଂକ୍ରମଣ ସ୍ଥିତି ନେଇ ସୂଚନା ଦେବାପରେ କରୋନା ସ୍ଥିତି ସମୀକ୍ଷା କରାଯାଇଛି | ଏହା ପରେ କଟକଣା ବଳବତ୍ତର ରହିବା ନେଇ ନିଷ୍ପତ୍ତି ନିଆହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, କୋଭିଡ୍ ସ୍ଥିତି ସୁଧୁରିଲେ ଛୋଟ ସଭା, ଘର ଘର ବୁଲି କ୍ୟାମ୍ପେନିଂ ଉପରେ କିଛି କଟକଣା ଛାଡ଼ କରାଯାଇପାରେ । କଟକଣା ପଛରେ ମଣିପୁରରେ ଟିକାକରଣ ହାର ସନ୍ତୋଷଜନକ ନଥିବା କୁହାଯାଉଛି । ପଞ୍ଜାବରେ ଦ୍ରୁତ ଟିକାକରଣ ଚାଲିଥିଲେ ମଧ୍ୟ ଲକ୍ଷରେ ପହଞ୍ଚିବା ଲାଗି ସମୟ ଲାଗିବ । ତେବେ ଗୋଆ, ଉତ୍ତରାଖଣ୍ଡ ଓ ୟୁପିରେ ଟିକାକରଣ ଏବଂ ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି ।

Breaking News