ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ଦ୍ୱିତୀୟ ଲହର ଦେଶକୁ ସଂଗୀନ ସ୍ଥିତିରେ ପହଞ୍ଚାଇଛି | ଭାରତର ଏଭଳି ସ୍ଥିତି ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଦାୟୀ ବୋଲି ମାଡ୍ରାସ ହାଇକୋର୍ଟ ଗତକାଲି ଦୋଷାରୋପ ଲଗାଇଥିଲେ । ଆସନ୍ତା ମେ ୨ ତାରିଖରେ ପାଞ୍ଚଟି ରାଜ୍ୟରେ ଭୋଟ୍ ଗଣତି ପରେ କୌଣସି ନେତା ବିଜୟ ଉତ୍ସବ ପାଳନ କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି। ସମସ୍ତ ବିଜୟ ଉତ୍ସବ ଓ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିସନ୍। ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଜେତା ପ୍ରାର୍ଥୀଙ୍କୁ କିମ୍ବା ତାଙ୍କ ପ୍ରାଧିକୃତ ପ୍ରତିନିଧିଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ନିର୍ବାଚନ ପ୍ରମାଣପତ୍ର ଗ୍ରହଣ କରିବାକୁ ଦୁଇରୁ ଅଧିକ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବ ନାହିଁ।






More Stories
ଅଖିଳେଶଙ୍କୁ ଭାଜପା ନେତାଙ୍କ ଚେତାବନୀ…..
ମୁଖ୍ୟମନ୍ତ୍ରୀ ପଦ ହରାଇଲେ ମମତା…..
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..