Report Card Odisha

| Daily Odia News

ମେ’୧ ରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେ’ ୧ ତାରିଖରୁ ପହିଲାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ହେବ | ସେଥି ପାଇଁ  ଆସନ୍ତାକାଲି ଅର୍ଥାତ ୨୮ ତାରିଖରୁ କୋୱିନ ପୋର୍ଟାଲ ଓ ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜୀକରଣର ବ୍ୟବସ୍ଥା  ହୋଇଛି । ପ୍ରଥମେ ପଞ୍ଜୀକରଣ କରିବାକୁ ହେବ। ଏହାପରେ ଟିକାର ଉପଲବ୍ଧତାକୁ ନେଇ ଆପଏଣ୍ଟମେଣ୍ଟ ପ୍ରକିୟା ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଧିଷ୍ଟ କେନ୍ଦ୍ରକୁ ଆସିବାକୁ କୁହାଯିବ। ଏଥିନିମନ୍ତେ ସ୍ଲଟ୍‌ ବୁକିଂ କରାଯିବ। କିଏ, କେଉଁଠି, କେତେବେଳେ ଟିକା ନେବେ ସେନେଇ ମେସେଜ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଏଯାବତ୍‌ ୫୬ ଲକ୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ସରିଲାଣି। ତୃତୀୟ ପର୍ଯ୍ୟାୟ ପାଇଁ ଆବଶ୍ୟକ ଟିକା ଯୋଗାଇ ଦେବାକୁ ସିରମ ଇନ୍‌ଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍‌କୁ ଚିଠି ଲେଖାଯାଇଛି। କିନ୍ତୁ କିଛି ପ୍ରତିଉତ୍ତର ଆସି ନାହିଁ। ଟିକା ଆସି ପହଞ୍ଚତ୍ବା ପରେ ତୃତୀୟ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯିବ। ପ୍ରତିଦିନ ପ୍ରାୟ ୯୦ରୁ ୧୦୦ ପ୍ରାଇଭେଟ ହସ୍ପିଟାଲରେ ଟିକାକରଣ ହେଉଛି। ଅବଶିଷ୍ଟ ସରକାରୀ କେନ୍ଦ୍ରରେ ଟିକାକରଣ ଚାଲିଥିବା ଡା. ପାଣିଗ୍ରାହୀ କହିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ, କରୋନା ଟିକାର ପ୍ରଥମ ଡୋଜ୍‌ ଘରୋଇ ହସ୍ପିଟାଲରୁ ନେଇଥିବା ବ୍ୟକ୍ତି ଚାହିଁଲେ ଦ୍ୱିତୀୟ ଡୋଜ୍‌ ସରକାରୀ ହସ୍ପିଟାଲରୁ ନେଇପାରିବେ। ଦ୍ୱିତୀୟ ଡୋଜ୍‌ ଘରୋଇ ହସ୍ପିଟାଲରୁ ନେଲେ ନୂତନ ଭାବେ ନିର୍ଦ୍ଧାରିତ ହୋଇଥିବା ଦର ଦେବାକୁ ପଡ଼ିବ। କିନ୍ତୁ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ଟିକା ସମ୍ପୂର୍ଣ୍ଣ ମାଗଣାରେ ନେଇପାରିବେ ବୋଲି ସେ କହିଛନ୍ତି। ଘରୋଇ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖରେ କେଉଁ ଟିକା ଅଛି, ଷ୍ଟକ୍‌ କେତେ ଅଛି, କେତେ ରେଟ୍‌ ଅଛି ତାହା ଅନଲାଇନ୍‌ରେ ଜଣାଇବେ। ଏହାଦେଖି ଜଣେ ବ୍ୟକ୍ତି କେଉଁଠିକୁ ଯିବେ, କେଉଁ ଟିକା ନେବେ ନିଜେ ନିଷ୍ପତ୍ତି ନେଇପାରେିବ। ଏସବୁ କୋୱିନ ପୋର୍ଟାଲରେ ପଞ୍ଜୀକୃତ ହୋଇ କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ। ସେହିପରି ପ୍ରଥମ ଡୋଜ୍‌ ନେବା ପରେ ଯଦି କେହି ସଂକ୍ରମିତ ହୁଅନ୍ତି ତେବେ ସୁସ୍ଥ ହେବାର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

 

Breaking News