Report Card Odisha

| Daily Odia News

ଜଣେ ଜିଲ୍ଲାପାଳ, ୨ ଏସପିଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ୱର

ଓଡ଼ିଶା, ପଶ୍ଚିମବଙ୍ଗ, ପଞ୍ଜାବ, ଗୁଜରାଟ ଭଳି ୪ଟି ରାଜ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସପି ପଦବୀରେ ଅବସ୍ଥାପିତ କିଛି ଅଣକ୍ୟାଡର ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ ଆୟୋଗ। ଓଡ଼ିଶାରେ ୨ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। ଢେଙ୍କାନାଳ ଜିଲ୍ଲପାଳ, ଦେବଗଡ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନ। ସାଧାରଣ ନିର୍ବାଚନ ପୂର୍ବରୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Breaking News