ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ କମିସନ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଦୁହିଁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ସଂକ୍ରାନ୍ତୀୟ ନୋଟିସ୍ ଜାରି କରାଯାଇଛି । ରିପୋର୍ଟରୁ ଅନୁସାରେ- ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାନହାନିମୂଳକ ଓ ଅପମାନଜନକ ପୋଷ୍ଟ ସେୟାର କରିଥିବା ଅଭିଯୋଗର ଆମ୍ ଆଦମୀ ପାର୍ଟି କୁ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆପ୍ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗୁରୁବାର ସୁଦ୍ଧା ସୋସିଆଲ ମିଡିଆ ପୋଷ୍ଟରେ ଦିଆଯାଇଥିବା ବୟାନର ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, ଅନେକ ବିଜେପି ନେତା ସେମାନଙ୍କ ଅଭିଯୋଗରେ କହିଛନ୍ତି ଯେ ଏକ୍ସ(ପୂର୍ବରୁ ଟ୍ଵିଟର)ରେ ଆପ୍ ସେୟାର କରିଥିବା ଦୁଇଟି ପୋଷ୍ଟରେ ବିଜେପିର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାନହାନିମୂଳକ ଏବଂ ଅପମାନଜନକ ଢଙ୍ଗରେ ଚିତ୍ରିତ କରାଯାଇଛି। ସେହିପରି ଅନ୍ୟ ଏକ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ସତ୍ୟାସତ୍ୟ ଅନୁସନ୍ଧାନ ନକରି ଦେଇଥିବା ଅସତ୍ୟ ମନ୍ତବ୍ୟକୁ ନେଇ ନିର୍ବାଚନ କମିସନ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ନିକଟରେ ମଧ୍ୟପ୍ରଦେଶର ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମିଥ୍ୟା ଓ ଅସତ୍ୟ ବୟାନ ଦେଇଥିବା ନେଇ ବିଜେପି କରିଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ କମିସନ ତାଙ୍କୁ ଗୁରୁବାର ରାତି ୮ଟା ସୁଦ୍ଧା ତାଙ୍କ ବୟାନ ସ୍ପଷ୍ଟ କରିବାକୁ କହିଛନ୍ତି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..