ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ବିଧାନ ପରିଷଦର ୫ଟି ଆସନ ନିମନ୍ତେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ବିଧାନସଭାକୁ ନିର୍ବାଚିତ ହୋଇଥିବା ଅମାଶ୍ୟା ପାଡଭି, ପ୍ରବୀଣ ଦତ୍କେ, ରାଜେଶ ଭିଟେକର, ରମେଶ କରାଡ଼ ଓ ଗୋପୀଚାନ୍ଦ ପାଡାଲକର ବିଧାନସଭାକୁ ନିର୍ବାଚିତ ହେବା ପରେ ୫ଟି ଆସନ ଖାଲି ପଡ଼ିଛି। ତେଣୁ ଏହି ଆସନ ପୂରଣ ପାଇଁ ୫ଟି ପୃଥକ ଉପନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୧୭ ତାରିଖ ଧାର୍ଯ୍ୟ କରାଯାଇଛି ଏବଂ ପରଦିନ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୨୦ ରହିଛି। ଆବଶ୍ୟକ ପଡ଼ିଲେ ମାର୍ଚ୍ଚ ୨୭ ତାରିଖରେ ମତଦାନ ହେବ ଏବଂ ସେହିଦିନ ଭୋଟ୍ ଗଣତି ହେବ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..