ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟ ସଭାର ୮ ସଦସ୍ୟଙ୍କ କାର୍ଯ୍ୟକାଳ ଆଗାମୀ ୨ ମାସରେ ଶେଷ ହେବାକୁ ଯାଉଥିବାରୁ ଜୁନ୍ ୧୯ରେ ଉକ୍ତ ଆସନ ପାଇଁ ନିର୍ବାଚନ କରାଯିବ | ଏନେଇ ସୋମବାର ନିର୍ବାଚନ କମିଶନ (ଇସି) ଘୋଷଣା କରିଛନ୍ତି। ଇସିଙ୍କ ସୂଚନା ଅନୁଯାୟୀ, ଜୁନ୍ ୧୪ରେ ଆସାମର ଭାଜପା ନେତା ବୀରେନ୍ଦ୍ର ପ୍ରସାଦ ବୈଶ୍ୟ ଏବଂ ମିଶନ ରଞ୍ଜନ ଦାସଙ୍କ ରାଜ୍ୟ ସଭା ସଦସ୍ୟତା ଶେଷ ହେବ। ସେହିପରି ଜୁଲାଇ ୨୪ରେ ତାମିଲନାଡୁର ପିଏମ୍କେ ନେତା ଅମ୍ବୁମଣି ରାମଦୋସ, ଏଆଇଏଡିଏମ୍କେର ଏନ୍. ଚନ୍ଦ୍ରଶେଘରନ୍, ଡିଏମ୍କେର ଏମ୍. ଶନମୁଗମ୍, ପି. ଓ୍ବିଲ୍ସନ ଏବଂ ଏମ୍ଡିଏମ୍କେର ଭାଇକୋଙ୍କା କାର୍ଯ୍ୟକାଳ ଶେଷ ହେବ। ନିର୍ବାଚନ ପାଇଁ ଜୁନ୍ ୨ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଇସି କହିଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……