Report Card Odisha

| Daily Odia News

ମହଙ୍ଗା ବିଦ୍ୟୁତ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିତ୍ୟ ବ୍ୟବହାର ଜିନିଷ ମହଙ୍ଗା ମାଡ଼ରେ ବେହାଲ ସାଧାରଣ ଲୋକ । ଦେଖିବାକୁ ମିଳିଛି କି ରାଜ୍ୟରେ ଜାତୀୟ ହାରଠାରୁ ମହଙ୍ଗା ହୋଇଛି ବିଦ୍ୟୁତ୍ ବିଲ୍ । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ପାୱାର ଫାଇନାନ୍ସ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ସର୍ବଭାରତୀୟ ସ୍ତରରେ ଆବଣ୍ଟନ କମ୍ପାନୀଗୁଡ଼ିକ ଉପଭୋକ୍ତାଙ୍କ ଠାରୁ ୟୁନିଟ୍ ପିଛା ହାରାହାରି ୫ ଟଙ୍କା ୧୧ ପଇସା ବିଦ୍ୟୁତ୍ ବିଲିଂ କରୁଛନ୍ତି । ହେଲେ ଓଡ଼ିଶାରେ ଗ୍ରାହକମାନଙ୍କୁ ୟୁନିଟ ପିଛା ୫ ଟଙ୍କା ୨୨ ପଇସା ହିସାବରେ ବିଲ୍ ପ୍ରଦାନ କରାଯାଉଛି । ଓଆରସି ଓଡିଶାକୁ ଏକ ବଳକା ରାଜ୍ୟ ଭାବେ ଘୋଷଣା କରିବା ପରେ ମଧ୍ୟ ରାଜ୍ୟବାସୀ ଏକ ସୁଲଭ ଦରରେ ବିଦ୍ୟୁତ୍ ପାଇପାରୁ ନାହାନ୍ତି । ୨୦୧୯-୨୦ ବର୍ଷ ପାଇଁ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଆବଣ୍ଟନ କମ୍ପାନୀମାନେ ଦେଇଥିବା ତଥ୍ୟକୁ ଆଧାର କରି ପାୱାର ଫାଇନାନ୍ସ କର୍ପୋରେଟର ପକ୍ଷରୁ ଏପରି ରିପୋର୍ଟ ପ୍ରକାଶ କରାଯାଇଛି ।

 

Breaking News