Report Card Odisha

| Daily Odia News

କମିଲା ବିଜୁଳି ଦର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କଲେ ଓଇଆର୍‌ସି। ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ୍‌ ହୋଇଛି। ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିବ। ବିପିଏଲ୍‌ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ରୁ ୭୦ ଟଙ୍କାକୁ ହ୍ରାସ କରାଯାଇଛି। କାଗଜ ଛାଡ଼ି ଯେଉଁ ଉପଭୋକ୍ତା ଇ-ବିଲ୍‌ ନେବେ, ସେମାନଙ୍କୁ ୧୦ ଟଙ୍କା ରିହାତି ମିଳିବ। ଇଭି ଚାର୍ଜିଂ ପାଇଁ ୟୁନିଟ୍‌ ପିଛା ଦର ୫ ଟଙ୍କା ୫୦ରୁ ୫ ଟଙ୍କାକୁ ହ୍ରାସ କରାଯାଇଛି। ପ୍ରି-ପେଡ୍‌ ମିଟର ଥିବା ଉପଭୋକ୍ତାଙ୍କୁ ୪% ରିହାତି ମିଳିବ। ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ଦର ୧ ଟଙ୍କା ୬୦ ପଇସା ହ୍ରାସ କରାଯାଇଛି। ଧାର୍ଯ୍ୟ ସମୟରେ ବିଲ୍‌ ଦେଲେ ଘରୋଇ ଉପଭୋକ୍ତାଙ୍କୁ ୧୦ ପଇସା ରିହାତି ମିଳିବ।

Breaking News