Report Card Odisha

| Daily Odia News

ଟ୍ରେନ ଧକ୍କାରେ ୩ ହାତୀ ମୃତ୍ୟୁ……

ରିପୋର୍ଟ କାର୍ଡ / କେନ୍ଦୁଝର

ଟ୍ରେନ ଧକ୍କାରେ ୩ ହାତୀଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ | ଏକ ମାଲବାହୀ ଟ୍ରେନ ଧକ୍କାରେ ୨ ଛୁଆ ହାତୀ ଓ ମାଆ ହାତୀର ମୃତ୍ୟୁ ଘଟିଛି। ହାତୀପଲ ରେଳ ଧାରଣା ପାର୍‍ ହେବା ସମୟରେ ଯୋଡାର ବାଂଶପାଣି ବେହେରା ହଟିଂ ନିକଟରେ ହାତୀପଲଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗତକାଲି ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଆଜି ଭୋର ସମୟରେ ଆହତ ଆଉ ୨ ହାତୀଙ୍କର ମୃତ୍ୟୁ ହୋଇଛି। ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି ପାଇଛି। ହାତୀପଲ ରେଳ ଧାରଣା ପାର୍‍ ହେବା ସମୟରେ ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା।

Breaking News