ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
Xରେ ଥିବା କିଛି ଆକାଉଣ୍ଟ ଏବଂ ପୋଷ୍ଟ ଉପରେ ରୋକ୍ ଲଗାଇବାକୁ ଭାରତ ସରକାରଙ୍କ ପକ୍ଷରୁ କୁହାଯାଉଛି। ଏଭଳି ଦାବି କରିଛି ଏଲନ ମସ୍କଙ୍କ ନେତୃତ୍ୱାଧୀନ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X। ସ କହିଛି ଯେ, ଆମେ ଏପରି ନିର୍ଦ୍ଦେଶନାମାରେ ସହମତ ନାହୁଁ। ଅଭିବ୍ୟକ୍ତିର ସ୍ୱାଧାନତା ଆଧାରରେ ପୋଷ୍ଟ କିମ୍ବା ଆକାଉଣ୍ଟଗୁଡିକୁ ହଟାଯିବା ଉଚିତ୍ ନୁହେଁ। ଗତକାଲି ମଧ୍ୟରାତ୍ରିରେ Xର ବିଶ୍ୱ ସରକାରୀ ବ୍ୟାପାର ଟିମ୍ ଏନେଇ ଏକ ପୋଷ୍ଟ ଶେଆର୍ କରିଛି, ଯେଉଁଥିରେ ଉଲ୍ଲେଖ କଲାଯାଇଛି, ଭାରତ ସରକାର ପ୍ଲାଟଫର୍ମରେ ଥିବା କିଛି ଆକାଉଣ୍ଟ ଏବଂ ପୋଷ୍ଟ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଗତ ପ୍ରତିବନ୍ଧକ କାରଣରୁ ଆମେ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାକୁ ସର୍ବସମ୍ମୁଖରେ ପ୍ରକାଶ କରିପାରୁ ନାହୁଁ। କିନ୍ତୁ ସ୍ୱଚ୍ଛତା ପାଇଁ ଏହାକୁ ସାର୍ବଜନୀନ କରିବାକୁ ଆମେ ଜରୁରୀ ବୋଲି ମନେ କରିବାରୁ ଏହି ପୋଷ୍ଟ କରୁଛୁ ବୋଲି ପ୍ଲାଟଫର୍ମ କହିଛି। ପୋଷ୍ଟରେ କୁହାଯାଇଛି ଯେ, ଭାରତ ସରକାର ନିର୍ଦ୍ଦିଷ୍ଟ କିଛି ଆକାଉଣ୍ଟ ଏବଂ ପୋଷ୍ଟ ଉପରେ ରୋକ୍ ଲଗାଇବାକୁ କହୁଛନ୍ତି, କିନ୍ତୁ ଆମେ ଏଥିରେ ସହମତ ନାହୁଁ। ଆମର ଆଭିମୁଖ୍ୟ ଅନୁଯାୟୀ, ଭାରତ ସରକାରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ଏକ ଲିଖିତ ଆବେଦନ କରିଛୁ, ଯାହା ବିଚାରାଧୀନ ଅଛି। ପ୍ଲାଟଫର୍ମର ନିୟମ ଅନୁସାରେ, ଆମେ ପ୍ରଭାବିତ ଉପଭୋକ୍ତା (ଏକ୍ସ ୟୁଜର)ଙ୍କୁ ଏହି କାର୍ଯ୍ୟାନୁଷ୍ଠାନ ବାବଦରେ ନୋଟିସ ପଠାଇଛୁ |






More Stories
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..