Report Card Odisha

| Daily Odia News

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଲେ କର୍ମଚାରୀ…..

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ପୁଣି ଅଭିଯୋଗ ହୋଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମାନସିକ ନିର୍ଯାତନା ଦେଉଥିବା ନେଇ ପୂର୍ବରୁ ତାଙ୍କ ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ ପତ୍ନୀ ଅଭିଯୋଗ କରିଥିଲେ | ଏବେ ଆଉ ୩ କର୍ମଚାରୀ ମୁହଁ ଖୋଲିଛନ୍ତି | ଜିଲ୍ଲାପାଳ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା କହି କାନ୍ଦି ପକାଇଥିଲେ | ସୋମବାର ସେମାନଙ୍କୁ ବାହାର ରାସ୍ତା ଦେଖାଇ ଦେଇଥିଲେ ଜିଲ୍ଲାପାଳ। ଏନେଇ ମଙ୍ଗଳବାର ଦିନ ଗଣମାଧ୍ୟମ କୁ ପ୍ରତିକ୍ରିୟା ରଖିଥିଲେ | ଅଭିଯୋଗ ଆଣିଥିବା ୩ କର୍ମଚାରୀ ହେଲେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟରେ କାମ କରୁଥିବା ରୋଷେୟା ଲକ୍ଷ୍ମୀଧର ଦାସ, ମାଳି ଗୋପାଳ ବେହେରା ଏବଂ ବଲ୍ଲଭ ସାହୁ। ଆଜି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସେମାନଙ୍କୁ ଡାକି ଅନ୍ୟତ୍ର ବଦଳି ଆଦେଶ ନ ବାହାରିବା ପର୍ଯ୍ୟନ୍ତ ଆବାସିକ କାର୍ଯ୍ୟାଳୟରେ କାମ ନକରିବାକୁ କହିଛନ୍ତି। ଏପରିକି ସେମାନଙ୍କୁ ଆଜି ଜିଲ୍ଲାପାଳ ବାହାର ରାସ୍ତା ବି ଦେଖାଇଦେଇ ତାଙ୍କ କାର୍ଯ୍ୟାଳୟରୁ ତଡ଼ି ଦେଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।

Breaking News