Report Card Odisha

| Daily Odia News

ଏନକାଉଣ୍ଟରରେ ଟଳିଲେ ନକ୍ସଲ….

ରିପୋର୍ଟ କାର୍ଡ / ମାଲକାନଗିରି

ଛତିଶଗଡ ଧନତରୀ ଜିଲ୍ଲାରେ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ଏସଏଲଆର ବନ୍ଧୁକ ସହ ମାଓ ସାମଗ୍ରୀ ଜବତ ହୋଇଛି। ମୁହକୋଟ ଆମଝର ଜଙ୍ଗଲରେ ଏନକାଉଣ୍ଟର ଚାଲିଥିବାର ଖବର ପାଇ ପୋଲିସ ଚଡାଉ କରିଥିଲା। ଏତିକିବେଳେ ନକ୍ସଲ ଏବଂ ସୁରକ୍ଷା କର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା। ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବାବେଳେ ଜଣେ ନକ୍ସଲଙ୍କ ମୃତଦେହ ଜବତ ହୋଇଛି। ଗୋଟିଏ ଏସଏଲଆର ବନ୍ଧୁକ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ସେପଟେ ବର୍ତ୍ତମାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Breaking News