ରିପୋର୍ଟ କାର୍ଡ / ଛତିଶଗଡ଼଼
ଦନ୍ତେୱାଡାରେ ବଡ଼ ଧରଣର ଏନକାଉଣ୍ଟର ଜାରି ରହିଛି। ବିଜାପୁରରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ଏକାଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ଗୁଳି ବିନିମୟରେ ମୃତ୍ୟୁ ହୋଇଥିବା ଜଣେ ମାଓବାଦୀଙ୍କ ମୃତଦେହ ମିଳିଛି। ପୋଲିସ ପକ୍ଷରୁ ଘଟଣାସ୍ଥଳରୁ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ଗୁଳି ବିନିମୟ ଜାରି ରହିଛି। ପୁଲିସ ଅଧୀକ୍ଷକ ଗୌରବ ରାୟ କହିଛନ୍ତି ଯେ ଦାନ୍ତେୱାଡା ଏବଂ ବିଜାପୁର ଜିଲାର ସୀମାନ୍ତବର୍ତ୍ତୀ ଏକ ଜଙ୍ଗଲରେ ସକାଳ ପ୍ରାୟ ୮ଟା ସମୟରେ ସୁରକ୍ଷାକର୍ମୀଙ୍କ ଏକ ଦଳ ମାଓ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ଏବଂ ଗୁଳି ବିନିମୟ ଜାରି ରହିଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..