ରିପୋର୍ଟ କାର୍ଡ / ଭଦ୍ରକ
ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ପୁଣି ଏନ୍କାଉଣ୍ଟର କରିଛି । ଭ୍ରଦକ ଗ୍ରାମାଞ୍ଚଳ ଥାନା ଚଢେୟାରେ ପୋଲିସ ଏନ୍କାଉଣ୍ଟର କରିଥିବା ନେଇ ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ବାପିକୁ ଏନ୍କାଉଣ୍ଟର କରିଥିଲା ପୋଲିସ । ବାପିର ଉଭୟ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବାପି ପାଣିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡକାୟତି ଯୋଜନା ବେଳେ ଏନକାଉଣ୍ଟର କରିଛି ପୋଲିସ । ସୂଚନାଯୋଗ୍ୟ ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଚଢ଼େୟା ଠାରେ ଡକାୟତି ଉଦ୍ୟମ ବେଳେ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ଗୁଳି କରିଛି । ବାପି ପାଣିର ଦୁଇଟି ଗୋଡ଼ରେ ଦୁଇଟି ଗୁଳି ବାଜିଛି । ଅନ୍ୟ ଜଣେ ଅପରାଧୀକୁ ପୋଲିସ କବ୍ଜା କରିନେଇଥିବା ସୂଚନା ମିଳିଛି । ବାପି ସହ ଗୁଳିବିନିମୟ ବେଳେ ୩ ଜଣ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।






More Stories
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..