ରିପୋର୍ଟ କାର୍ଡ / ଭଦ୍ରକ
ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆଙ୍କୁ ଏନକାଉଣ୍ଟର କରାଯାଇଛି । ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଏନେଇ ସୂଚନା ଦେଇଛନ୍ତି ।ସୂଚନା ଅନୁସାରେ, ଚରମ୍ପା ମାଲ୍ ଗୋଦାମ ପାଖରେ ସକାଳ ୫ଟାରେ ପୋଲିସର ଏନ୍କାଉଣ୍ଟର କରିଛି । କମଳାକାନ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଭଦ୍ରକ ମେଡକାଲରେ ଭର୍ତ୍ତି କରାଯାଇଛି । ତେବେ ପୋଲିସ ଉପରକୁ ବୁଦ୍ଧିଆ ୪ ରାଉଣ୍ଡ ଗୁଳି କରିବା ପରେ ପୋଲିସ ଏନକାଉଣ୍ଟର କରିଛି ।ବୁଦ୍ଧିଆ ନାଁ ରେ ରାଜ୍ୟ ରେ ୧୪ ଟି ରୁ ଅଧିକ ଲୁଟ ଓ ଗୁଳିକାଣ୍ଡ ମାମଲା ରହିଛି । ବୁଦ୍ଧିଆର ସହଯୋଗୀ ବାଇକ୍ ରେ ଫେରାର ହୋଇଯାଇଥିବା ନେଇ ସୂଚନା ରହିଛି । ବୁଦ୍ଧିଆ ନିକଟରୁ ବନ୍ଧୁକ ଜବତ୍ ହୋଇଛି । ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସକାଳେ କଡା ସୁରକ୍ଷା ବଳୟରେ କଟକ ସ୍ଥାନାନ୍ତର କରାଯଇଛି ।






More Stories
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ…..
ଅମରଙ୍କ ବିସ୍ଫୋରକ ବୟାନ…..
ସୋନିଆ,ରାହୁଲଙ୍କୁ ବଡ ଆଶ୍ଵସ୍ତି…..