Report Card Odisha

| Daily Odia News

ରାଜଧାନୀରେ ଏନକାଉଣ୍ଟର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବା ବେଳେ ଖସି ଯାଇଛନ୍ତି ତା’ ସହଯୋଗୀ । ଗତକାଲି ମଧ୍ୟରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ହୋଇଛି ଏନକାଉଣ୍ଟର। ପୋଲିସ ସୂଚନା ମୁତାବକ, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚକରାକୁ ଧରିବାକୁ ଯାଇଥିବା ବେଳେ ବୋମାମାଡ଼ ହୋଇଥିଲା । ଚକରା ଓ ତା ସହଯୋଗୀ ପୋଲିସ କୁ ଦେଖି ବୋମାମାଡ଼ କରିଥିଲେ । ଏହାର ଜବାବରେ ପୋଲିସ ଏନକାଉଣ୍ଟର କରିଥିଲା । ଚକରାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛିା ତାସହ ଦୁଇ ଜଣ ପୋଲିସ ଅଧିକାରୀ ବି ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ବୋମା, ବନ୍ଧୁକ ସମେତ ଏକ କାର୍‌ ଜବତ ହୋଇଛି । ଘଟଣାସ୍ଥଳରୁ ଫେରାର ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। କହିଛନ୍ତି କି , ଖଣ୍ଡଗିରି ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ସୂଚନା ପାଇ ସେଠାରେ ପହଞ୍ଚିଥିବା ବେଳେ ଏହି ଗ୍ରୁପ୍‌ ସଦସ୍ୟ ଫାୟାରିଂ କରିବା ସହ ବୋମାମାଡ଼ କରିଥିଲେ। ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମାନେ ବନ୍ଧୁକ ଦେଖାଇ ଲୁଟ୍‌ ଯୋଜନା କରୁଥିବା ଜଣାପଡ଼ିଛି। ଭୁବନେଶ୍ୱର ପୋଲିସ ଏପରି ସବୁ ଗ୍ୟାଙ୍ଗକୁ ଧରିବାକୁ ଜୋରଦାର ପ୍ରୟାସ ଚଳାଇଛି। ଅପରାଧ ନିୟନ୍ତ୍ରଣ କରିବା ଭୁବନେଶ୍ୱର ପୋଲିସର ମୁଖ୍ୟ ଟାର୍ଗେଟ ।

 

 

Breaking News