Report Card Odisha

| Daily Odia News

କଟକରେ ଏନକାଉଣ୍ଟର…..

ରିପୋର୍ଟ କାର୍ଡ / କଟକ

କଟକରେ ଏକ ଏନକାଉଣ୍ଟରରେ ଜଣେ ଅପରାଧି ଗୋଡ଼ରେ ବାଜିଛି ଗୁଳି । ଏହି ଅପରାଧୀଜଣକ ହେଉଛି ମନୋଜ ମହାରଣା । ଗତକାଲି ରାତିରେ ସଦର ଅଞ୍ଚଳରେ ମନୋଜ କୁ ଏନକାଉଣ୍ଟର କରିଥିଲା କମିଶନରେଟ ପୋଲିସ । ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ତଳେ କନ୍ଦରପୁର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଘଟଣାରେ ମନୋଜ ହେଉଛି ମୁଖ୍ୟ ଅଭିଯୁକ୍ତ ।  ତପୁ ଗ୍ୟାଙ୍ଗର ଜଣେ ସଦସ୍ୟ, ମନୋଜ ନାଁରେ ୮ଟି ଚୋରି ଡକାୟତି, ଦାଦା ବଟି ଚୋରା ବନ୍ଧୁକ କାରବାର ଆଦି ଏକାଧିକ ମାମଲା କମିଶନରେଟ ପୋଲିସ ସହିତ ରାଜ୍ୟର ବିଭିନ୍ନ ଥାନାରେ ରହିଛି। ଗତକାଲି ରାତିରେ ସେ ସଦର ଅଞ୍ଚଳରେ ଥିବା ଖବର ପାଇବା ପରେ ପୋଲିସ ରେଡ କରିଥିଲା । ପୋଲିସ ହାତରୁ ଖସିଯିବା ପାଇଁ ସେ କନ୍ଦରପୁର ଥାନା ଆଇଆଇସି ଓ ଜଣେ ଏସଆଇ ଉପରକୁ ଗୁଳି କରିଥିଲା। ଆତ୍ମ ରକ୍ଷା ପାଇଁ ପୋଲିସ ମଧ୍ୟ ମନୋଜ କୁ ଗୁଳି କରିଥିଲା। ଘଟଣା ସ୍ଥଳ ରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ ।

Breaking News