ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / କେନ୍ଦୁଝର
ଶେଷରେ ଆଜି ନୂଆଦିଲ୍ଲୀସ୍ଥିତ ଜାତୀୟ ଜନଜାତି କମିଶନଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସରେ ସେ ହାଜର ହୋଇଛନ୍ତି । ଏମିତିକି ସମନ ସତ୍ତ୍ୱେ ହାଜର ନହେବାରୁ ୱାରେଣ୍ଟ ଜାରି ହୋଇଥିଲା । ଜିଲ୍ଲାପାଳଙ୍କୁ ଆଣି ହାଜର କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି କେନ୍ଦୁଝର ଜିଲ୍ଲାର କାନପୁର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଶୁଣାଣି ଥିଲା। ଏହି ଶୁଣାଣି ପ୍ରାୟ ଘଣ୍ଟାଏ କାଳ ଚାଲିଥିବା ବେଳେ ଏଥିନିମନ୍ତେ ଜୁନ୍ ୨୮ ତାରିଖକୁ ପରବର୍ତ୍ତୀ ତାରିଖ ସ୍ଥିର କରାଯାଇଛି। ଉକ୍ତ ଦିନ ଜିଲ୍ଲାପାଳଙ୍କୁ ହାଜର ହେବାକୁ କୁହାଯାଇଛି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……