ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୀମାନ୍ତରେ ଧାନ ଗାଡ଼ି ଜଗିବେ ଏନଫୋର୍ସମେଣ୍ଟ ଟିମ। ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଯାହାଫଳରେ ଓଡ଼ିଶାକୁ ବାହାର ରାଜ୍ୟର ଧାନ ଆସିପାରିବ ନାହିଁ କି ଓଡ଼ିଶାର ଧାନ ବାହାର ରାଜ୍ୟକୁ ଯାଇପାରିବ ନାହିଁ। ଏନଫୋର୍ସମେଣ୍ଟ ଟିମ୍ ଗାଡ଼ିରେ କ୍ୟାମେରା ମଧ୍ୟ ଖଞ୍ଜାଯାଇଛି। ମିଳିଥିବା ସୂଚନା ଅନୁସାରେ, ନୂଆପଡ଼ା ସମେତ ସୀମାନ୍ତରେ କ୍ୟାମେରା ଖଞ୍ଜିତ ଏନଫୋର୍ସମେଣ୍ଟ ଗାଡ଼ି ମୁତୟନ କରାଯାଇଛି। ଖଡ଼ିଆଳ ରୋଡ୍ ଏବଂ ସିନାପାଲି ଅଞ୍ଚଳରେ ୨୪ ଘଣ୍ଟିଆ ଟିମ୍ ମୁତୟନ କରାଯାଇଛି। ଯେକୌଣସି ସ୍ଥାନରେ ଅନିୟମିତତା ହେଉଥିବା ଅଭିଯୋଗ ଆସିବ ସେଠାରେ ଟିମ୍ କାର୍ଯ୍ୟାନୁଷ୍ଠାନ ସହିତ ଧାନ ଗାଡ଼ି ଜବତ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ସୀମାନ୍ତ ଥାନାର ଆଇଆଇସିଙ୍କୁ କାର୍ଯ୍ୟାନୁଷ୍ଠାନ ଲାଗି ପୂର୍ଣ୍ଣ କ୍ଷମତା ଦିଆଯାଇଛି। ଚାଷୀଙ୍କଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଯୋଗ୍ୟ ଚାଷୀଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିବା ଲାଗି ସଚେତନତା ସୃଷ୍ଟି କରାଯାଉଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..