ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଢାଉ ଓ ପଚରାଉଚରା ପରେ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗିରଫ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ। ସୋମବାର ୧୨ଟି ସ୍ଥାନରେ ଚଢାଉ ବେଳେ ଯନ୍ତ୍ରୀଙ୍କଠାରୁ ୧କୋଟି ୭୨ଲକ୍ଷ ଟଙ୍କାର ନଗଦ ଜମା, ୪୫ଟି ପ୍ଲଟ, ୧ କିଲୋ ସୁନା, ୨ଟି ଜେସିବି, ଗୋଟିଏ ଏକ୍ସଭେଟର, ଗୋଟିଏ ପଥରଭଙ୍ଗା ମେସିନ ଆଦି ଠାବ ହୋଇଥିଲା। ଆଜି ପ୍ରଦୀପଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..