ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀଙ୍କୁ ମଧ୍ୟ ଉପସ୍ଥିତ ରହିଥିଲେ । ୩-୪ଟି ଦିଗ ଉପରେ ଆଲୋଚନା ହୋଇଛି । ତେବେ ଏହି ଆଲୋଚନାରେ ଯେଉଁ ଅଞ୍ଚଳରେ ଠିକ ଭାବେ ପାୱାର ସପ୍ଲାଏ ହୋଇପାରିନି, ସେଠି କେମିତି ପାୱାର ସପ୍ଲାଏ ହେବ । କିଛି ମିଡ଼ିଲମ୍ୟାନଙ୍କ ଯୋଗୁ ଯେଉଁ ବିଜୁଳି ବିଲ ଆଦାୟ ହେଉଥିଲା, ସେଥିରେ ଟଙ୍କା ହେରଫେର ହେଉଛି । ଏଣିକି ସ୍ୱୟଂସହାୟିକା ଗୋଷ୍ଠୀ (SHG) ଦ୍ୱାରା ବିଲ ଆଦାୟ କରିବ କମ୍ପାନି । ଘରକୁ ଯାଇ ବିଲ ଆଦାୟ କରିବ SHG । ଯେଉଁ ଘରକୁ ଲାଇନ ଦିଆଯାଇନି, ତୁରନ୍ତ ଦିଆଯିବ । ସେହିପରି ଘରମାନଙ୍କରେ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ । ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ । ପାୱାର କଟ ପୂର୍ବରୁ ଗାଁ ରେ ପ୍ରଚାର ହେବା ଦରକାର । ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି, ଟେକ୍ନିକାଲ ହେଉ ବା ନନ୍ଟେକ୍ନିକାଲ, ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମଜୁରି ଦରରେ ଅର୍ଥ ପାଇବେ । ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ ଦେବା ପାଇଁ କୁହାଯାଇଛି । ଠିକଣା ସମୟରେ ବିଲ ଆଦାୟ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….