ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି NDA ପରୀକ୍ଷା ଦେଇପାରିବେ ଝିଅ | ଏନେଇ ଆଜି ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି | ଆସନ୍ତା ସେପ୍ଟେମ୍ବର ୫ରେ ହେବାକୁ ଥିବା ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷାରେ ଝିଅମାନେ ସାମିଲେ ହେବାକୁ ଅନୁମତି ପ୍ରଦାନ କରାଯାଇଛି । ପରେ ଏନଡିଏରେ ଆଡମିଶନ ନିଷ୍ପତ୍ତି ନିଆଯିବ । ଝିଅମାନେ ଏହି ପରୀକ୍ଷାରେ ଭାଗ ନେଇପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋକୋର୍ଟ । ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଝିଅମାନଙ୍କୁ ଏପର୍ଯ୍ୟନ୍ତ ସାମିଲ କରାଯାଇନଥିଲା । ସେମାନଙ୍କ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ରଖାଯାଇଛି । ଯେଉଁଠାରେ ପୁଅମାନେ କେବଳ ଦ୍ୱାଦଶ ପରେ NDA ରେ ଯୋଗଦେବାକୁ ଅନୁମତି ପାଇଛନ୍ତି । ମହିଳା ପ୍ରାର୍ଥୀଙ୍କୁ ଏନଡିଏ ପରୀକ୍ଷାରେ ଭାଗ ନେବାକୁ ଅନୁମତିର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ କୁହାଯାଇଛି ଯେ ଏହା ଏକ ନୀତିଗତ ନିଷ୍ପତ୍ତି । ଯେଉଁଥିରେ ଜଷ୍ଟିସ ସଞ୍ଜୟ କିଶନ କୌଶଲ ଏବଂ ହ୍ରିକିକେଶ ରୟଙ୍କର ଏକ ବେଞ୍ଚ ଏହି ଶୁଣାଣି କରିଛନ୍ତି ।
More Stories
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..